ବ୍ରହ୍ମପୁର MKCGରୁ ନିଖୋଜ ମେଡିକାଲ ଛାତ୍ର ମୟୂରଭଞ୍ଜରୁ ଉଦ୍ଧାର: ପରିବାରକୁ ହସ୍ତାନ୍ତର କଲା ତିରିଂ ଥାନା ପୋଲିସ

ବ୍ରହ୍ମପୁର MKCGରୁ ନିଖୋଜ ମେଡିକାଲ ଛାତ୍ର ମୟୂରଭଞ୍ଜରୁ ଉଦ୍ଧାର: ପରିବାରକୁ ହସ୍ତାନ୍ତର କଲା ତିରିଂ ଥାନା ପୋଲିସ
View on original source
Category: Health
Share
Archive
Like
MKCG Missing Student Rescued, ରାଇରଙ୍ଗପୁର (ମୟୂରଭଞ୍ଜ): ବ୍ରହ୍ମପୁର MKCGରୁ ନିଖୋଜ ମେଡିକାଲ ଛାତ୍ରଙ୍କୁ ମୟୂରଭଞ୍ଜରୁ ଉଦ୍ଧାର କରାଯାଇଛି । ଛାତ୍ର ଜଣକ ଦୀର୍ଘ ୯ ଦିନ ଧରି ନିଖୋଜ ହୋଇ ଯାଇଥିଲେ । ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ଶେଷରେ ତିରିଂ ଥାନା ପୋଲିସ ମେଡିକାଲ ଛାତ୍ରଙ୍କୁ ଉଦ୍ଧାର କରିଛି । ଆଜି ତିରିଂ ଥାନା ପୋଲିସ ମେଡିକାଲ ଛାତ୍ରଙ୍କୁ ବୈଦ୍ୟନାଥପୁର ଥାନା ପୋଲିସକୁ ହସ୍ତାନ୍ତର କରିଥିବା ସୂଚନା ରହିଛି । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ଜଣେ ଛାତ୍ର ନିଖୋଜ ହୋଇଥିବା ନେଇ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ମେଡିକାଲ ଛାତ୍ର ଜଣକ ହେଲେ ରବୀନ୍ଦ୍ର ସାହୁଙ୍କ ପୁଅ ସାଗର ସାହୁ (୨୦) । ତାଙ୍କ ଘର ହେଉଛି ଯାଜପୁର ଜିଲା କୁଆଖିଆ ଥାନା ଅର୍ନ୍ତଗତ କପାଳି ଗ୍ରାମରେ । ସେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜର ଏମବିବିଏସ୍ ପ୍ରଥମ ବର୍ଷର ଛାତ୍ର । ଏମକେସିଜି ମେଡିକାଲ କଲେଜରୁ ନିଖୋଜ ହେବା ପରେ ବୈଦ୍ୟନାଥପୁର ଥାନାରେ ୧ ସେପ୍ଟେମ୍ବର ୨୦୨୬ରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ପୋଲିସ ପକ୍ଷରୁ ତନାଘନା ଆରମ୍ଭ କରା ଯାଇଥିଲା । ଏନେଇ ଯାଜପୁର ଜିଲ୍ଲାର କୁଆଖିଆ ପୋଲିସକୁ ମଧ୍ୟ ଅବଗତ କରା ଯାଇଥିଲା । ଛାତ୍ର ଜଣକ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବେଳେ ବୈଦ୍ୟନାଥପୁର ଥାନା ପୋଲିସ ଓ କୁଆଖିଆ ଥାନା ପୋଲିସ ମେଡିକାଲ ଛାତ୍ରଙ୍କୁ ଖୋଜାଖୋଜି ଜାରି ରଖିଥିଲେ । ପରେ ଛାତ୍ର ଜଣକ ଝାଡ଼ଖଣ୍ଡରେ ଥିବା ନେଇ ସୂଚନା ମିଳିବା ପରେ ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ପୋଲିସକୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଇଥିଲେ । ଆଜି (ମଙ୍ଗଳବାର) ଝାଡ଼ଖଣ୍ଡ ରାଜ୍ୟର ଟାଟା ନଗରରୁ ତିରିଂ ଦେଇ ଆସୁଥିବା ଅଯୋଧ୍ୟା ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ରେ ଛାତ୍ର ଜଣକ ଆସୁଥିବାର ଖବର ତିରିଂ ଥାନା ଅଧିକାରୀ ବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲେ । ପରେ ଉକ୍ତ ବସ୍ ରୁ ମେଡିକାଲ ଛାତ୍ରଙ୍କୁ ଉଦ୍ଧାର କରା ଯାଇଥିଲା । ଏ ସମ୍ପର୍କରେ କୁଆଖିଆ ଥାନା ପୋଲିସ ଓ ପରିବାର ଲୋକଙ୍କୁ ସୂଚନା ଦେବା ପରେ ଆଜି ପୋଲିସ ଓ ପରିବାର ଲୋକେ ପହଞ୍ଚିବାରୁ ମେଡିକାଲ ଛାତ୍ରଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଛାତ୍ର ଜଣକ ଦୀର୍ଘ ୯ ଦିନ ଧରି କେଉଁଠାରେ ଥିଲେ ଓ ସେ କିପରି ଏଠାକୁ ପହଂଚିଲେ ସେ ନେଇ ବୈଦ୍ୟନାଥପୁର ଥାନା ପୋଲିସ ତଦନ୍ତ ଜାରି ରଖିଛି । ଏ ସମ୍ପର୍କରେ ତିରିଂ ଥାନା ଅଧିକାରୀ ଶ୍ରୀ ରାମହରି ସେଠୀଙ୍କୁ ବୁଝି ପଚାରିବାରୁ ସେ କହିଛନ୍ତି, ବ୍ରହ୍ମପୁର ଏମକେସିଜି ମେଡିକାଲ ଛାତ୍ର ନିଖୋଜ ହୋଇଥିବା ନେଇ ବୈଦ୍ୟନାଥପୁର ଥାନା ପୋଲିସ ଓ କୁଆଖିଆ ଥାନା ପୋଲିସ ଅବଗତ କରାଇଥିଲେ । କୁଆଖିଆ ପୋଲିସ ଝାଡ଼ଖଣ୍ଡର ଟାଟାନଗରରେ ଥିବା ଜଣେଇବା ପରେ ଆଜି ଅଯୋଧ୍ୟା ବସ୍ ରୁ ସାଗର ସାହୁ ଆସୁଥିବା ବିଶ୍ବସ୍ତ ସୂତ୍ରରୁ ଜଣା ପଡ଼ିଥିଲା । ପରେ ପୋଲିସର ଟିମ୍ ସାଗର ସାହୁଙ୍କୁ ଆଜି ଉଦ୍ଧାର କରିଥିଲେ । ଏହାସହ କୁଆଖିଆ ଥାନା ପୋଲିସ ଓ ପରିବାର ଲୋକଙ୍କୁ ସୂଚନା ଦେବା ପରେ ସେମାନେ ଆସି ପହଞ୍ଚିବାରୁ ସାଗର ସାହୁଙ୍କୁ ହସ୍ତାନ୍ତର କରାଯାଇଛି । ଏହା ମଧ୍ୟ ପଢନ୍ତୁ: ବ୍ରହ୍ମପୁର ଏମକେସିଜି ମେଡିକାଲରୁ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ନିଖୋଜ, ଷ୍ଟେସନରୁ ମିଳିଲା ମୋବାଇଲ ଇଟିଭି ଭାରତ, ରାଇରଙ୍ଗପୁର

(0)Comments

 

A note on cookies

Newshunt uses essential cookies to keep you signed in and to remember your language and country, so the site works the way you expect. With your permission, we'd also like to use analytics cookies to understand how people use Newshunt and improve it over time.

Accepting only affects analytics. To learn more, view our Privacy Policy or Terms & Conditions.