ସମାଜ ଡେସ୍କ: ବିଶ୍ୱର ରାଷ୍ଟ୍ରମୁଖ୍ୟ ବା ଶାସକମାନେ ନିଜ ସେବା ପାଇଁ ନିଜ ଦେଶର ସରକାରଙ୍କଠୁ ଦରମା ପାଇଥାନ୍ତି । ରାଷ୍ଟ୍ରମୁଖ୍ୟଙ୍କ ଏହି ଦରମା ତାଲିକାର ଶୀର୍ଷରେ ଅଛନ୍ତି ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ୍ । ପୂର୍ବରୁ ୱଙ୍ଗଙ୍କ ଦରମା ବାର୍ଷିକ ୧.୧ ମିଲିୟନ ଆମେରିକୀୟ ଡଲାର ଥିବା ବେଳେ ଏବେ ଏଥିରେ ୬୦% ବୃଦ୍ଧି ଘଟିଛି । ଅର୍ଥାତ ୱଙ୍ଗ ଏବେ ବାର୍ଷିକ ୨.୮ ମିଲିୟନ ଆମେରିକୀୟ ଡଲାର ଦରମା ପାଇବେ ଯାହା ଭାରତୀୟ ମୁଦ୍ରାରେ ପାଖାପାଖି ୨୬ କୋଟି ୪୫ ଲକ୍ଷ ଟଙ୍କା । ବିଜ୍ଞ ଓ କୁଶଳୀ ବ୍ୟକ୍ତିମାନଙ୍କୁ ରାଜନୀତି ପ୍ରତି ଆକୃଷ୍ଟ କରିବାକୁ ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ଦରମା ବଢାଯାଇଛି ବୋଲି ସିଙ୍ଗାପୁର ସରକାରଙ୍କ ପକ୍ଷରୁ କୁହାଯାଇଛି । ବାର୍ଷିକ ସର୍ବାଧିକ ଦରମା ପାଇବାରେ ୱାଙ୍ଗଙ୍କୁ ତଳକୁ ରହିଛନ୍ତି ହଂକଂର ଚିଫ୍ ଏକ୍ଜିକ୍ୟୁଟିଭ୍ ଜନ୍ ଲି । ତାଙ୍କର ବାର୍ଷିକ ଦରମା ୭୧୯,୦୦୦ ଆମେରିକୀୟ ଡଲାର । ତାଙ୍କ ତଳକୁ ସ୍ୱିଜରଲାଣ୍ଡର ରାଷ୍ଟ୍ରପତି ଗଏ ପାରମଲିନ ରହିଥିବା ବେଳେ ତାଙ୍କ ବାର୍ଷିକ ଦରମା ୬୦୬,୦୦୦ ଆମେରିକୀୟ ଡଲାର । ତାଲିକାର ୪ର୍ଥ ସ୍ଥାନରେ ଅଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ବାର୍ଷିକ ଦରମା ୪୦୦,୦୦୦ ଡଲାର । ତା ପଛକୁ ଅର୍ଥାତ ୫ମ ସ୍ଥାନରେ ଅଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ଣ୍ଣହାମ୍ । ବର୍ଣ୍ଣହାମଙ୍କ ବାର୍ଷିକ ଦରମା ୨୩୦,୦୦୦ ଡଲାର ।
(0)Comments