Abu Dhabi ରେ ଟିମ୍ ସହ ପହଂଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ୟୁଏଇ ନିବେଶକଙ୍କ ସହ କରିବେ ବୈଠକ, ବିଦେଶୀ ପୁଞ୍ଜି ହାସଲ ଲକ୍ଷ୍ୟ

Abu Dhabi ରେ ଟିମ୍ ସହ ପହଂଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ୟୁଏଇ ନିବେଶକଙ୍କ ସହ କରିବେ ବୈଠକ, ବିଦେଶୀ ପୁଞ୍ଜି ହାସଲ ଲକ୍ଷ୍ୟ
View on original source
Category: Business
Share
Archive
Like
ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଓ ବିଦେଶୀ ପୁଞ୍ଜି ହାସଲ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏକ ଉଚ୍ଚସ୍ତରୀୟ ଟିମ୍ ସହ ସଂଯୁକ୍ତ ଆରବ ଏମିରେଟସ୍‌(ୟୁଏଇ)ର ରାଜଧାନୀ ଆବୁଧାବିରେ ପହଂଚିଛନ୍ତି। ସେପ୍ଟେମ୍ବର ୯ରୁ ୧୧ତାରିଖ ପର୍ଯ୍ୟନ୍ତ ଆବୁଧାବିରେ ପ୍ରମୁଖ ନିବେଶକ ଓ ଶିଳ୍ପପତିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାପରେ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶା ଫେରିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ତାଙ୍କ ଟିମ୍ ଆଜି ଆବୁଧାବି ବିମାନବନ୍ଦରରେ ପହଂଚିବା ପରେ ସେଠାରେ ତାଙ୍କୁ ୟୁଏଇସ୍ଥିତ ଭାରତୀୟ ଦୂତାବାସର ପ୍ରତିନିଧି, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ଓ ସ୍ଥାନୀୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଉଚ୍ଚସ୍ତରୀୟ ଟିମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ସମେତ ଶିଳ୍ପ ବିଭାଗ ଓ ଇପିକଲର ବରିଷ୍ଠ ପ୍ରଶାସନିକ ଅଫିସରମାନେ ସାମିଲ ଅଛନ୍ତି। ରାଜ୍ୟରେ ଉତ୍ପାଦନ, ଭିତ୍ତିଭୂମି, ଶକ୍ତି ଓ ଇମର୍ଜିଂ ଇଣ୍ଡଷ୍ଟ୍ରି ଆଦି କ୍ଷେତ୍ରରେ ୟୁଏଇର ପୁଞ୍ଜିପତିମାନଙ୍କୁ ଆକୃଷ୍ଟ କରିବା ଓ ୟୁଏଇ ସହିତ ଓଡ଼ିଶାର ଆର୍ଥକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସରକାରୀ ଭାବେ କୁହାଯାଇଛି। ଗସ୍ତର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୟୁଏଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି ଭାରତ-ୟୁଏଇ ମଧ୍ୟରେ ଥିବା ସୁଦୃଢ଼ ଆର୍ôଥକ ସମ୍ପର୍କ ଓ ତା'ର ଲାଭ ଓଡ଼ିଶା କିପରି ପାଇପାରିବ ସେନେଇ ମତ ବିନିମୟ କରିଥିଲେ। ଏଥିସହ ଉପସାଗରୀୟ ଦେଶରେ କାର୍ଯ୍ୟରତ ତଥା ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନଙ୍କ କଲ୍ୟାଣ, ସୁବିଧା ଓ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ପ୍ରବାସୀ ଓଡ଼ିଆମାନେ ଓଡ଼ିଶା ଓ ୟୁଏଇ ମଧ୍ୟରେ ସମ୍ପର୍କ ଯୋଡ଼ିବାରେ ଏକ ପ୍ରମୁଖ ସେତୁ ଭାବେ କାର୍ଯ୍ୟ କରୁଥିବା ସେ କହିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଓଡ଼ିଶା ଶିଳ୍ପ ବିକାଶର ଏକ ନୂଆ ପର୍ଯ୍ୟାୟରେ ପ୍ରବେଶ କରିଛି। ୟୁଏଇ ସହ ଆମର ଆଲୋଚନା ଏହି ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। କେବଳ ପୁଞ୍ଜି ଆକୃଷ୍ଟ କରିବା ନୁହେଁ ବରଂ ବିଶ୍ୱାସ, ଅତ୍ୟାଧୁନିକ ଜ୍ଞାନକୌଶଳ ଓ ନିରନ୍ତର ନିଯୁକ୍ତି ସୃଷ୍ଟି ଉପରେ ଆଧାରିତ ଏକ ଦୀର୍ଘମିଆଦୀ ଭାଗିଦାରୀ ପ୍ରତିଷ୍ଠା କରିବା ସରକାରଙ୍କ ମୂଳ ଲକ୍ଷ୍ୟ। ଓଡ଼ିଶାର ପ୍ରଚୁର ପ୍ରାକୃତିକ ସମ୍ପଦ, ଉନ୍ନତ ବନ୍ଦର ଭିତ୍ତିଭୂମି, ସୁଲଭ ଦରରେ ବିଦ୍ୟୁତ ସେବା, ଦକ୍ଷ ଯୁବ ମାନବସମ୍ବଳ ଓ ବିଶାଳ ବଜାର ସୁବିଧାକୁ ଏହି ଗସ୍ତରେ ୟୁଏଇର ନିବେଶକଙ୍କ ଆଗରେ ଉପସ୍ଥାପନ କରାଯିବ। ସେପ୍ଟେମ୍ବର ୯ ତାରିଖରୁ ଆରମ୍ଭ ହେବାକୁ ଥିବା ଆଲୋଚନାରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍ ୟୁଏଇର ଅଗ୍ରଣୀ ସଂସ୍ଥା ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ (ଆଇଏଚସି), ଇଣ୍ଡିଆନ ବିଜନେସ ଆଣ୍ଡ ପ୍ରଫେସନାଲ ଗ୍ରୁପ (ଆଇବିପିଜି), ୟୁଏଇର ନିବେଶ ମନ୍ତ୍ରୀ ଓ ଶୀର୍ଷ ଶିଳ୍ପପତିମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବେ। ଏହାବ୍ୟତୀତ ପେଟ୍ରୋକେମିକାଲ୍ସ ଓ କେମିକାଲ୍ସ କ୍ଷେତ୍ର ଉପରେ ଏକ ସ୍ୱତନ୍ତ୍ର ଆଲୋଚନା ଅନୁଷ୍ଠିତ ହେବ। ଏହି ନିବେଶ ଅଭିଯାନ ଓଡ଼ିଶାକୁ ପଶ୍ଚିମ ଏସିଆ ଓ ଉତ୍ତର ଆଫ୍ରିକା (ମେନା) କ୍ଷେତ୍ର ସହିତ ଆର୍ଥକ ଭାବେ ଯୋଡ଼ି ରାଜ୍ୟକୁ ଏକ ସୁଦୃଢ଼ ଶିଳ୍ପ ହବ୍ ଭାବେ ଗଢ଼ିତୋଳିବାରେ ବେଶ୍ ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

(0)Comments

 

A note on cookies

Newshunt uses essential cookies to keep you signed in and to remember your language and country, so the site works the way you expect. With your permission, we'd also like to use analytics cookies to understand how people use Newshunt and improve it over time.

Accepting only affects analytics. To learn more, view our Privacy Policy or Terms & Conditions.