ଭୁବନେଶ୍ବର: ଓଡ଼ିଶାରେ ରୋଲର୍ ସ୍ପୋର୍ଟସ୍ର ବିକାଶ ଓ ପ୍ରସାର ପାଇଁ ସ୍କେଟିଂ ଆସୋସିଏସନ୍ ଅଫ୍ ଓଡ଼ିଶା (SAO) ଏବଂ ରୋଲର୍ ସ୍କେଟିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (RSFI)ର ମିଳିତ ସହଯୋଗରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
RSFI ସଭାପତି ତୁଳସୀ ରାମ ଅଗ୍ରୱାଲ, SAO ସାଧାରଣ ସମ୍ପାଦକ ସତ୍ୟଜିତ ମହାନ୍ତି ଏବଂ ଅନ୍ତର୍ଜାତୀୟ ଓଡ଼ିଆ ସ୍କେଟର ଅନାହିତା ମିଶ୍ର ଓ ନିଖିଳେଶ ନାୟକଙ୍କ ଉପସ୍ଥିତିରେ ରାଜ୍ୟରେ ସ୍ପିଡ୍ ସ୍କେଟିଂ, ଆର୍ଟିଷ୍ଟିକ୍, ଇନ୍ଲାଇନ୍ ଫ୍ରିଷ୍ଟାଇଲ୍, ରୋଲର୍ ହକି ଓ ସ୍କେଟ୍ବୋର୍ଡିଂ ଭଳି ବିଭାଗଗୁଡ଼ିକର ଅଭିବୃଦ୍ଧି ପାଇଁ ଏକ ବ୍ୟାପକ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି। ସ୍କୁଲ ଓ ଜିଲ୍ଲାସ୍ତରରେ ତାଲିମ୍ କ୍ଲିନିକ୍ ଆୟୋଜନ ସହ ଆନ୍ତର୍ଜାତୀୟ ମାନର ସିନ୍ଥେଟିକ୍ ବ୍ୟାଙ୍କଡ୍ ଟ୍ରାକ୍ ଓ ସ୍ୱତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ କରିବାକୁ ରାଜ୍ୟ କ୍ରୀଡ଼ା ବିଭାଗ ନିକଟରେ ଦାବି କରାଯାଇଛି।
Also Read: ସ୍ଲିମ୍ ଫିଗର୍, ଅସୀମ ଶକ୍ତି ! ୨୧ ବର୍ଷୀୟ କେୟାଙ୍କ ୧୪୦ କେଜି ଡେଡଲିଫ୍ଟ
କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ଇନ୍ଲାଇନ୍ ଫ୍ରିଷ୍ଟାଇଲ୍ ଓପନ୍ ଜାତୀୟ ରାଙ୍କିଂ ଚାମ୍ପିଅନ୍ସିପ୍ର ଉଚ୍ଚକୋଟୀର ଭିତ୍ତିଭୂମିକୁ ପ୍ରଶଂସା କରିବା ସହ ହକି ଭଳି ରୋଲର୍ ସ୍ପୋର୍ଟସ୍କୁ ପ୍ରୋତ୍ସାହନ ଦେଲେ ଓଡ଼ିଶାରୁ ଅନେକ ଆନ୍ତର୍ଜାତୀୟ ଖେଳାଳି ସୃଷ୍ଟି ହୋଇପାରିବେ ବୋଲି ସଂଘ ପକ୍ଷରୁ ଆଶା ପ୍ରକାଶ ପାଇଛି ।
(0)Comments